Tuesday, November 17, 2026
Home ଆଞ୍ଚଳିକ ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ସମୟ ଧାର୍ଯ୍ୟ, ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ...

ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ସମୟ ଧାର୍ଯ୍ୟ, ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଯାତ୍ରା ଆରମ୍ଭ

112

ବ୍ରହ୍ମପୁର, ୨୩/୦୩/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ସମୟ ଧାର୍ଯ୍ୟ । ଏପ୍ରିଲ ୯ ତାରିଖ ମଧ୍ୟ ରାତ୍ରରୁ ଆରମ୍ଭ ହେବ ଯାତ୍ରା । ମାଆଙ୍କ ଆଗମନ ନେଇ ପ୍ରକ୍ରିୟା ଆରମ୍ଭ । ଗତକାଲି ରାତିରେ ଦେଶୀବେହେରା ସାହିରୁ ଶୁଭଖୁଣ୍ଟି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶୀ ବେହେରା, କୁଳ ପୁରୋହିତ, ପୃଷ୍ଟିଙ୍କ ସହ ଶୁଭ ଖୁଣ୍ଟି ପୂଜା ନେଇ ମାଆଙ୍କ ମନ୍ଦିରକୁ ଯାଇ ଶୁଭଖୁଣ୍ଟି ସ୍ଥାପନ କଲେ ।

ସେଠାରେ ପୂଜା ପରେ ମାଁ ଠାକୁରାଣୀଙ୍କ ବାପା ଘର ଅର୍ଥାତ ଦେଶି ବେହେରାଙ୍କ ଘର ସମୁଖରେ ସ୍ଥାପନ ହେଲା ଶୁଭଖୁଣ୍ଟି । ଏପ୍ରିଲ ୯ ତାରିଖରେ ବାପା ଘରକୁ ମାଆ ସାଆନ୍ତାଣି ଆସିବେ । କୋଭିଡ଼ ଗାଇଡ଼ଲାଇନ ଅନୁସାରେ ପାଳନ ହେବ ଯାତ୍ରା । ପ୍ରାଥମିକ ୭ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି ପ୍ରଶାସନ ପକ୍ଷରୁ ପୂର୍ବରୁ ୩୦ ଅବା ୨୧ ଦିନ ପାଇଁ ଅନୁମତି ମିଳେ । ଏଥର କୋଭିଡ଼ ଅବସ୍ଥା ଦେଖି ତାରିଖ ବଢ଼ାଇବା ପାଇଁ ସ୍ଥିର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ।