
୨୩/୦୩/୨୧ (ଜିଲ୍ଲା ଖବର) : ଲୋକସଭାରେ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୧ ପାରିତ ହୋଇଛି। ଏହି ବିଲରେ ଦିଲ୍ଲୀରେ ନିଯୁକ୍ତ ହୋଇଥିବା ଉପ ରାଜ୍ୟପାଳଙ୍କୁ ନିର୍ବାଚିତ ସରକାରଙ୍କ ଠାରୁ ଅଧିକ କ୍ଷମତା ମିଳିବ। ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଦିଲ୍ଲୀ ସରକାର ପାଇଁ ଉପରାଜ୍ୟପାଳଙ୍କ ଅନୁମତି ଜରୁରୀ ହେବ । ୧୯୯୧ ଆଇନର ସେକସନ ୨୧ରେ ଏ ସଂକ୍ରାନ୍ତରେ ଏକ ଅନୁଚ୍ଛେଦ ଯୋଡ଼ାଯିବ। ବିଧାନସଭାରେ ବିଲ୍ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହାପରେ ଉପ ରାଜ୍ୟପାଳ ହିଁ ଏହାକୁ ଆଇନରେ ପରିଣତ କରାଯିବ କି ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ଲୋକସଭାରେ ବିଲ ପାସ ହେବା ପରେ ଦିଲ୍ଲୀ ସରକାରଙ୍କୁ ଶକ୍ତ ଝଟକା ଲାଗିଛି ।


