Tuesday, November 17, 2026
Home ଆଞ୍ଚଳିକ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ତରଫରୁ ନୁଆ ଗୋଛାବାଡି ରେ ଶୈବ ଜଂଗ୍ୟ ତଥା ବ୍ରହ୍ମ...

ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ତରଫରୁ ନୁଆ ଗୋଛାବାଡି ରେ ଶୈବ ଜଂଗ୍ୟ ତଥା ବ୍ରହ୍ମ ଉତ୍ସବ ଅନୁଷ୍ଟିତ।

98

ଗଞ୍ଜାମ, ୨୩/୦୩/୨୧ (ଜିଲ୍ଲା ଖବର) -ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ତରଫରୁ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ନୁଆ ଗୋଛାବାଡି ରେ ଶୈବ ଜଂଗ୍ୟ ତଥା ବ୍ରହ୍ମ ଉତ୍ସବ ସଭାପତି କାଳୁ ଚରଣ ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଯାଇଛି। ପ୍ରଥମ ଦିନ ରେ ଦୀକ୍ଷା ଗ୍ରହଣ ,ଶ୍ରୀ ଶ୍ରୀ ଧବଳେଶ୍ବର ପୀଠ ରେ ଅଖଣ୍ଡ ଦୀପ,ଓ ଅଂକୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରଦିନ ସକାଳ ରେ ଜଂଗ୍ୟ ଆରମ୍ଭ, ବେଦଧ୍ୱନି ସହ ବ୍ରାହ୍ମଣ ମାନଙ୍କ ନଗର ପରିକ୍ରମା ହୋଇଥିଲା।


ଶୈବ ଜଂଗ୍ୟ ତଥା ବ୍ରହ୍ମ ଉତ୍ସବ ର ଅୟୋଜିତ ସଭାରେ ସଭାପତି କାଳୁ ଚରଣ ଶତପଥୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଭାବଗ୍ରାହୀ କର, ମୁଖ୍ୟବକ୍ତା ରୂପେ କୃଷ୍ଣଚନ୍ଦ୍ର ରଥ,ଉଦଘାଟକ କେଦାରନାଥ ତ୍ରିପାଠୀ,ମାର୍ଗଦର୍ଶକ ତାରିଣୀ ଚରଣ ତ୍ରିପାଠୀ,ସଂମାନିତ ଅତିଥି ରୂପେ ଲଷ୍ମୀକାନ୍ତ ମିଶ୍ର,କାଳୀ ଚରଣ ତ୍ରିପାଠୀ, ସଂପାଦକ ସରୋଜ କୁମାର ଶଢଙ୍ଗୀ ମଞ୍ଚାସୀନ ଥିଲେ।ସନ୍ତୋଷ କୁମାର କର ମଞ୍ଚ ପରିଚାଳନା କରିଥିଲେ।


ଏହି ଅବସର ରେ ସାମ୍ବାଦିକ କ୍ଷେତ୍ର ରେ ଉଲେଖନୀୟ ଅବଦାନ ପାଇଁ ଆମ ସାମ୍ବାଦିକ ନିରାକାର ସାହୁ ଙ୍କୁ ମାନପତ୍ର ଦେଇ ସଂମାନିତ କରା ଯାଇଥିଲା। ସାମ୍ବାଦିକ ପବିତ୍ର କୁମାର ମହାପାତ୍ର, ରାଜେଶ ଅଲଟିଆ, ଅକ୍ଷୟ ଶତପଥୀ, ବିଶ୍ବମ୍ବର ଜେନା,ଜୟକୃଷ୍ଣ ପଟ୍ଟନାୟକ,ପ୍ରଦ୍ୟୁମ୍ନ ପାତ୍ର, ପ୍ରମୁଖ ଙ୍କୁ ମଧ୍ୟ ସଂମାନିତ ହୋଇଥିଲେ।

ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ର ମନୋଜ କୁମାର ଆଚାର୍ଯ୍ୟ,ଜ୍ୟୋତି ପ୍ରକାଶ ମିଶ୍ର,କୃଷ୍ଣ ଚନ୍ଦ୍ର ମିଶ୍ର,ପଞ୍ଚାନନ ଶତପଥୀ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ