
ବାଲିଗୁଡା, ୨୩/୦୩/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ନୂଆସାହି ଠାରେ ଏଭଳି କଦଳୀ ଚାଷ ଦେଖିବାକୁ ମିଳିଛି। ଏହି ନୂଆସାହି ଠାରେ ପ୍ରାୟ 70 ପରିବାର ରୁ ଅଧିକ ଗଣ୍ଡ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି।
ଏହି ସମ୍ପ୍ରଦାୟର ଲୋକମାନେ କେବଳ ଚାଷରେ ନିର୍ଭରଶୀଳ କରି ଥାନ୍ତି। ମାତ୍ର ଦୀର୍ଘ ବର୍ଷ ପରେ ଏକ ନୂତନ ଚାଷ ଅର୍ଥାତ କଦଳୀ ଚାଷ କରିବା ପାଇଁ I T D A ବାଲିଗୁଡା ଙ୍କ ଦ୍ଵାରା 300 ଗୋଟି ଚାରା ପାଇ ଥିଲେ।ଗ୍ରାମରେ ପ୍ରାୟ ସତୁରି ରୁ ଅଧିକ ପରିବାର ରହୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 58 ପରିବାର ଲୋକେ ଆରମ୍ଭ କରିଥିଲେ।
ଯାହା ଫଳରେ ଗୋଟାଏ ବର୍ଷକ ଭିତରେ ପାଖାପାଖି ଦଶ ଗୁଣ ଅଧିକ ଅମଳ ହେଇ ଥିବାରୁ ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି। ଏ ପଟେ ଅଠାବନ ପରିବାର ଲୋକେ ଉପକୃତ ହେଇଥିବାରୁ ଅନୁ ପ୍ରଣୀତ ହୋଇ ଚଳିତ ବର୍ଷ ରେ 142 ଟି ପରିବାର ଲୋକେ କଦଳୀ ଚାଷ କରୁଥିବା ଗ୍ରାମବାସୀମାନେ କହିଛନ୍ତି। ତା ସହିତ ଜିଲ୍ଲା ପ୍ରଶାସନଜିଲ୍ଲା ଭିତରେ କଦଳୀ ମଣ୍ଡି ର ସ୍ଥାପନ କରିଥିଲେ ଚାଷୀମାନେ ବହୁତ ଉପକୃତହେଇ ପାରିଥାନ୍ତେ ଓ ଉପଯୁକ୍ତ ପାରିଶ୍ରମିକ ମୁଲ୍ୟ ଦେଇ ଚାଷୀ ମାନଙ୍କ ଠାରୁ ନେଲେ ଚାଷୀମାନେ ବହୁତ ଲାଭବାନ ହେଇ ପାରନ୍ତେ ବୋଲି ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।




