
ଭଦ୍ରକ,୨୩/୦୩/୨୧ (ଜିଲ୍ଲା ଖବର) : ବିଧାୟକଙ୍କ ଗାଡି ଧକ୍କାରେ ଶିକ୍ଷକ ଗୁରୁତର । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶିକ୍ଷକଙ୍କୁ ଧକ୍କା ଦେଲା ରେମୁଣା ବିଧାୟକଙ୍କ ଗାଡି । ଗୁରୁତର ଅବସ୍ଥାରେ ଶିକ୍ଷକକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବିଧାୟକ ସୁଧାଂଶୁ ଶେଖର ପରିଡା ଭୁବନେଶ୍ୱରରୁ ରେମୁଣା ଅଭିମୁଖେ ଆସୁଥିବାବେଳେ ଗାଡିର ଚକା ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଶିକ୍ଷକଙ୍କୁ ଧକ୍କା ଦେବା ପରେ ଡିଭାଇଡର ଉପରେ ଚଢିଯାଇଥିଲା ଗାଡି । ଗୁରୁତର ଶିକ୍ଷକ ଭଣ୍ଡାରି ପୋଖରୀ ଅଞ୍ଚଳର ସ୍ମୃତି ରଞ୍ଜନ । ତେବେ ଦୁର୍ଘଟଣାରେ ରେମୁଣା ବିଧାୟକ ସୁସ୍ଥ ଥିବା ସୂଚନା ମିଳିଛି



