
ନୟାଗଡ଼,୨୩/୦୩/୨୧ (ଜିଲ୍ଲା ଖବର) : ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା । ଆଜି ଅଭିଯୁକ୍ତ ନାବାଳକର ଜାମିନ ଆବେଦନ ଉପରେ ଶୁଣାଣି କରିବେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । ଗତ ମାର୍ଚ୍ଚ 19 ତାରିଖରେ ଅଭିଯୁକ୍ତ ନାବାଳକର ଓକିଲଙ୍କ ପକ୍ଷରୁ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଜାମିନ ଆବେଦନ କରାଯାଇଥିବାବେଳେ ଆଜି ଅଭିଯୁକ୍ତ ନାବାଳକର ଜାମିନ ଆବେଦନର ଶୁଣାଣି କରିବେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ । ଅନ୍ୟପକ୍ଷେ ଅଭିଯୁକ୍ତ ନାବାଳକକୁ ରିମାଣ୍ଡ ବେଳେ SIT ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ନେଇ ପୂର୍ବରୁ ସଂରକ୍ଷିତ ରହିଥିବା ରାୟର ମଧ୍ୟ ଆଜି ଶୁଣାଣି କରିପାରନ୍ତି ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ।



