Friday, November 13, 2026
Home ଆଞ୍ଚଳିକ ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୂଚନା

52

୨୩/୦୩/୨୧ (ଜିଲ୍ଲା ଖବର) : ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ । ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦୀପ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ଟିକାକରଣକୁ ଅଳ୍ପ ସଂଖ୍ୟକ ଡୋଜ ମନ୍ଥର କରିଦେବ। ଅନ୍ୟପଟେ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ ଥିବା ଜଣା ପଡ଼ିଛି ।