Sunday, November 15, 2026
Home ଆଞ୍ଚଳିକ ତୈଳଦର ବୃଦ୍ଧି ଓ ବେକାର ସମସ୍ୟା ପ୍ରସଙ୍ଗ ନେଇ ଯୁବ କଂଗ୍ରେସର ବିକ୍ଷୋଭ

ତୈଳଦର ବୃଦ୍ଧି ଓ ବେକାର ସମସ୍ୟା ପ୍ରସଙ୍ଗ ନେଇ ଯୁବ କଂଗ୍ରେସର ବିକ୍ଷୋଭ

20

ଜଟଣୀ,୨୨/୦୩(ଜିଲ୍ଲା ଖଵର) : ଖୋର୍ଦ୍ଧା ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଜଟଣୀର ସ୍ଥାନୀୟ ହରିଭାଇନାଛକ ଠାରେ ତୈଳଦର ବୃଦ୍ଧି ଓ ବେକାର ସମସ୍ୟା ପ୍ରସଙ୍ଗନେଇ ଏକ ବିକ୍ଷୋଭ ପ୍ରଦର୍ଶନ ଜିଲ୍ଲା କଂଗ୍ରେସ ସଭାପତି ସ୍ୱାଗତ କରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ତୈଳଦର ବୃଦ୍ଧିକରି ସାଧାରଣ ଜନତାଙ୍କ ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ବୋଲି ସଭାପତି କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ମୋଦି ଓ ନବୀନବାବୁ କରଧାର୍ଯ୍ୟ କରିବା ଫଳରେ ଉଭୟତୈଳଦର ଲିଟରପିଛା ୧୦୦ ଟଙ୍କାରେ ପହଁଚିଛି । ବିଗତ ଦିନରେ ମୋଦି ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ତୈଳଦର ବୃଦ୍ଧି କରୁଥିବା ସରକାର ହେଉଛନ୍ତି ଦେଶଦ୍ରୋହ । ତେବେ ନିଜ ମନ୍ତବ୍ୟନୁସାରେ ମୋଦି ହେଉଛନ୍ତି ଦେଶଦ୍ରୋହ । ଉପାସରକାର ସମୟରେ ତୈଳଦର ୧ଟଙ୍କା ବୃଦ୍ଧି ପାଉଥିବା ବେଳେ ରାଜରାସ୍ତାରେ ଚିତ୍କାର କରୁଥିବା ବିଜେଡିଦଳ ଚୁପ କାହିଁକି ବୋଲି କହିଛନ୍ତି । ଆଜି ଦେଶରେ ୩୦କୋଟି ଏବଂ ରାଜ୍ୟରେ ୪୨ଲକ୍ଷ ଯୁବକ ଯୁବତୀ ରାଜରାସ୍ତାରେ ନିଯୁକ୍ତିଲାଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ବେକାର ଯୁବକଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି କୁହାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ରାଜଧାନୀ ଭୂବନେଶ୍ୱର ନାକତଳେଥିବା ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ୨୧ବର୍ଷର ନବୀନ ଶାସନ ଏବଂ ୭ବର୍ଷର ମୋଦି ଶାସନ ଖୋର୍ଦ୍ଧା ଜିଲ୍ଲାପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଏହା ସହିତ ଏହି ଅଂଚଳର ମୂଲ୍ୟବାନ ଜମିକୁ ସରକାର ଜବରଦଖଲ କରି ନିଜ କର୍ପୋରେଟମାନଙ୍କୁ ସାଗ,ମାଛ ଦରରେ ବିକ୍ରୀ କରୁଛନ୍ତି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ର ଯୁବକଯୁବତୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ଲାଗି ଶ୍ରୀ ରାଉତରାୟ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ତଥା ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ ପାତ୍ର, ପ୍ରକାଶ ମିଶ୍ର, ରଜିଂତ ପାତ୍ର, କଳିଙ୍ଗ ସାହୁ,ବଟକୃର୍ଣ୍ଣ ରାଉତରାୟ, ଜୟନ୍ତ ଭୋଇ, ଚନ୍ଦ୍ରକାନ୍ତ ମୁଦୁଲି, ସଂକେତ ପାଟ୍ଟଶାଣୀ, ସିଲୁ ରଥ, ରାକେଶ ଦାସ,ସୈାମ୍ୟ ଶ୍ରୀଚନ୍ଦନ,କାଳନ୍ଦି ନାୟକ, ବଟେଶ୍ୱର ବେହେରା, ଜୟକୃର୍ଷ୍ଣ ପଟ୍ଟନାୟକ, ମଂଟୁ ସାହୁ, ସୁକାନ୍ତ କୁମାର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରୀପୋର୍ଟ ,ସଞ୍ଜୀବ କୁମାର