
ଖୋର୍ଦ୍ଧା,୨୨ /୦୩(ଜିଲ୍ଲା ଖଵର) : ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାପରେ ରାଜ୍ୟରେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମଧ୍ୟ କରୋନାର ମୁକାବିଲା ଓ ସମୀକ୍ଷା ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କରୋନାର କରାଳ ଛାୟାରେ ଗତ ଏକବର୍ଷ ଧରି ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସରକାରଙ୍କ ୩ଜଣ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଖୋଜ ଖବର ନାହିଁ। ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ପାଉଥିବା ୩ଜଣ ସ୍ୱାସ୍ଥ୍ୟ ପରାମର୍ଶଦାତା ଗତ ଏକବର୍ଷ ମଧ୍ୟରେ କରୋନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସରକାରଙ୍କୁ କି ପରାମର୍ଶଦାତା ତାହା ବି ସାଧାରଣ ଲୋକଙ୍କ କୋଟିଏ ପ୍ରଶ୍ନ ପାଲଟିଛି।
ରୀପୋର୍ଟ,ସଞ୍ଜୀବ କୁମାର


