Friday, November 20, 2026
Home ଆଞ୍ଚଳିକ ଟ୍ରକ ସହ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଅଟକ

ଟ୍ରକ ସହ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଅଟକ

55

ବିଷମ କଟକ ,୨୨/୦୩/୨୧ (ଜିଲ୍ଲା ଖବର) : ଆନ୍ଧ୍ରରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବଳେ ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଏହାକୁ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଷମ କଟକ ଏସ,ଡି,ପିଓ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ହାଟ ମୁନିଗୁଡା ଗ୍ରାମ ନିକଟରେ ଏହି ଟ୍ରକ କୁ ପୋଲିସ ଜବତ କରିଥିଲା ।

ଏହି ଟ୍ରକ ଡାଲା ରେ ଏକ ସ୍ୱତନ୍ତ୍ର ବକ୍ସ ତିଆରି କାରାଯାଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଏହି ସ୍ୱତନ୍ତ୍ର ଗୁପ୍ତ ବକ୍ସ ରୁ ପୋଲିସ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବ ବୋଲି ବିଷମ କଟକ ଏସ ଡି ପିଅ ଆକାଶ କୁମାର ସାହୁ ସୂଚନା ଦେଇଛନ୍ତି । ଏବଂ ମୁନିଗୁଡା ଥାନା ଅଧିକାରୀ ଶୁଞାନୀ ସାହୁ ଓ ବିଷମକଟକ ତହସିଲଦାରସମେତ ମୁନିଗୁଡା ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ବିଷମକଟକ ରୁ ପ୍ରସନ କୁମାର ପଣ୍ଡା