
ପୁରୀ,୨୨/୦୩/୨୧ (ଜିଲ୍ଲା ଖବର) : ଆଜି ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାଲୁକା କଳାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଫାଷ୍ଟ ଲେଡି ସବିତା କୋବିନ୍ଦଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି । ଭୁବନେଶ୍ୱରରୁ ବାହାରି ସକାଳ ୯ଟା ୫ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଖାପାଖି ୪୦ ମିନିଟ ମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯିବେ । ୯ଟା ୪୫ରେ ଶ୍ରୀମନ୍ଦିରରୁ ବାହାରି କୋଣାର୍କ ଅଭିମୁଖେ ଯିବେ ରାଷ୍ଟ୍ରପତି ।



