
ଯାଜପୁର,୨୨/୦୩/୨୧ (ଜିଲ୍ଲା ଖବର) : ଯାଜପୁର ଟାଉନ ଥାନା ଅଧିନସ୍ତ ବଲଭିଘାଟ ଛକ ନିକଟରେ ଅଘଟଣ । ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟି ଚାରି ଜଣ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତ୍ରିରେ ସାନବଜାର ଏବଂ ନାଉରିଆ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିଲା । ଫଳରେ କିଛି ଉତ୍ୟକ୍ତ ଲୋକେ ବଲଭିଘାଟ ନିକଟରେ ଥିବା ଦଶରୁ ଉର୍ଦ୍ଧ୍ବ ଦୋକାନକୁ ଭଙ୍ଗାରୁଜା କରିଥିଲେ । ଏହାସହ ପାଖରେ ଥିବା କିଛି ଘରକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ସ୍ଥାନ ଛାଡି ପଳାଇଥିଲେ । ତେବେ ଘଟଣା ସ୍ଥଳରେ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।


