
ନୂଆଦିଲ୍ଲୀ, ୨୨/୦୩/୨୧ (ଜିଲ୍ଲା ଖବର) : ପ୍ରସିଦ୍ଧ ଲେଖକ ତଥା ସିନେମା ନିର୍ମାତା ସାଗର ସର୍ହଦି ଆଉ ଏ ଦୁନିଆଁରେ ନାହାଁନ୍ତି । ୮୭ ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ବାଇ ସ୍ଥିତ ବାସବଭନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ‘ନୁରୀ’, ‘ବାଜାର’ ,’କଭି କଭି’ , ‘ସିଲ୍ସିଲା’ , ‘କହୋ ନା ପ୍ୟାର୍ ହେ’ ଭଳି ଫିଲ୍ମ ଅନେକ୍ ସେ ଲେଖିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ଏକ ହସ୍ପିଟାଲରେ ଆଇସିଉରେ ଭର୍ତ୍ତୀ କରାଯାଇଥିଲା । ହୃଦୟ ସମ୍ବନ୍ଧୀତ ରୋଗରେ ସେ ପିଡୀତ ଥିଲେ । ବଲିଉଡରେ ଜଣାଶୁଣା ସିନେମା ଲେଖକଙ୍କ ମଧ୍ୟରେ ସାମିଲ ଥିଲା ସାଗର ସରହଦି ନାଁ ଅନେକ୍ ହିଟ୍ ଫିଲ୍ମର କାହାଣୀ ସେ ଲେଖିଛନ୍ତି । ସାଗର ସରଦହିଙ୍କ ଦେହାନ୍ତ ଖବର ପାଇବା ପରେ, ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।


