Home ଆଞ୍ଚଳିକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଫଟୋଚିତ୍ର ପ୍ରଦାନ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଫଟୋଚିତ୍ର ପ୍ରଦାନ

6

ପୁରୀ, ୨୨/୦୩/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାୟ ୪୦ ମନିଟ ଧରି ରାଷ୍ଟ୍ରପତି ଦମ୍ପତ୍ତି ଶ୍ରୀମନ୍ଦିର ମଧ୍ୟରେ ରହିଥିଲେ । ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ପରେ ମା ମହାଲକ୍ଷ୍ମୀ ଓ ବିମଳାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ମଧ୍ୟ ସାଥିରେ ରହିଥିଲେ । ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ବିମାନ ବନ୍ଦର ଯାଇଥିଲେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପ୍ରାୟ ୮ଟା ୪୫ ମିନିଟରେ ପହଞ୍ଚିଥିଲେ । ତାଳବଣିଆ ହେଲିପ୍ୟାଡରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯାଇଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯାଇଥିଲା । ଏହାସହ ରାଷ୍ଟ୍ରପତିଙ୍କୁ ଶ୍ରୀଜଗନ୍ନାଥଙ୍କୁ ଫଟୋଚିତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ସିଂହଦ୍ୱାର ନିକଟରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।  ରତ୍ନସିଂହାସନ ନିକଟରେ ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି । ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ଦିନ ୧୦ଟା ୨୫ ମିନିଟରେ କୋଣାର୍କରେ ପହଂଚିବେ । କୋଣାର୍କ ସୂର‌୍ୟ୍ୟ ମନ୍ଦିର ଦର୍ଶନ ପରେ ଓଟିଡିସି ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ।

ଏହା ପରେ ଅପରାହ୍ନ ୪ଟା ୧୫ମିନିଟ୍ ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବାର କାର‌୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସକାଳ ସାଢେ ୭ଟାରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ଛଡାଯାଉ ନାହିଁ । କୋଣାର୍କ ମନ୍ଦିର ବୁଲି ଦେଖିବା ପରେ କୋଣାର୍କ ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ କୋଣାର୍କ ଯାତ୍ରୀ ନିବାସରେ କରିବା କାର‌୍ୟ୍ୟସୂଚୀ ରହିଛି । କୋଣାର୍କରେ ଏନଏସଜିର ତିନି ଜଣିଆ ଟିମ୍ ପ୍ରଥମେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ପୁଲିସ ଏଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଣାର୍କରେ ୪୦ ପ୍ଲାଟୁନ ପୁଲିସ ଫୋର୍ଟ ସହ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି । ଏହାଛଡା ସମ୍ବେଦନଶୀଳ ସ୍ଥାନରେ ଏସପି ଓ ତାଙ୍କର ଜଣେ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି ।  ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ କୋଣାର୍କର ସମସ୍ତ ସ୍ଥାନରେ ରାମନାଥ କୋବିନ୍ଦଙ୍କ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଛି ।