
ଆସିକା,୨୧/୦୩(ଜିଲ୍ଲା ଖଵର) :୧୯୮୯ମେଟ୍ରିକ ବେଚର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ଓ ସପରିବାର ଶ୍ରୀ ମା ହରଚଣ୍ଡି ମନ୍ଦିର ବ୍ରହ୍ମପୁର ଠାରେ ୩୨ବର୍ଷ ପରେ ବନ୍ଧୁ ମିଳନର ଆୟୋଜନ କରିଥିଲେ ।ପ୍ରଥମେ ମା ହରଚଣ୍ଡିଙ୍କର ପ୍ରତ୍ୟକ୍ଷ ଆଶ୍ରୀବାଦ ନେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଏହି ସଭାରେ ସ୍ବର୍ଗାରୋହଣ କରିଥିବା ପୂଜ୍ୟ ଶିକ୍ଷକ ରମାକାନ୍ତ ସାମନ୍ତରା ଓ ଅନୁଷ୍ଟାନର ରାତ୍ର ଜଗୁଆଳ କବି ଓ ଛାତ୍ର ରବି ବିଷୋୟୀ ,ସତ୍ୟ ବେହେରା ଙ୍କ ଉଦେଶ୍ୟରେ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା ।ଏହା ପୂର୍ବରୁ ଜଗନ୍ନାଥ ପ୍ରତିମୃତ୍ତିର
ସମ୍ନାରେ ଦୀପ ପଜ୍ବଳନ ବରିଷ୍ଠ ଶିକ୍ଷକ ଶ୍ରୀ ଖଦାଳୀ ନାହକ କରିଥିଲେ ଏବଂ ଶ୍ରୀ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ,ଶ୍ରୀ ବିଜୟ ଲେଙ୍କା ,ଶ୍ରୀ ରାମଚନ୍ଦ୍ର ଭଞ୍ଜ,ଶ୍ରୀ ଗୋପୀନାଥ ସ୍ବାଇଁ, ଶ୍ରୀ ବିଦ୍ୟାଧର ମିଶ୍ର,ଶ୍ରୀ ହାଡୁ ପାଣୀଗ୍ରାହୀ ପଷ୍ପାଞ୍ଜଳୀ ଅର୍ପଣ କରି ସମ୍ମିଳନୀ କାର୍ଯ୍ୟ ରୋମନ୍ଥନ କରିଥିଲେ ।

ତତ ପଶ୍ଚାତ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ,ଗୁରୁମା ଓ ଉପସ୍ଥିତ ବିଦ୍ୟାଳୟ ର କର୍ମଚାରୀ ଶ୍ରୀ ହାଡୁ ପାଣୀଗ୍ରାହିଙ୍କୁ ଉପ ଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଯଥାଶକ୍ତି ସମ୍ମାନିତ କରାଯାଇଥିଲା ।
ଏ ସମସ୍ତ ଆୟୋଜନ ରେ ୧୯୮୯ ବେଚର ସମସ୍ତ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ବର୍ଗ ଉପସ୍ଥିତ ରହି ଗୁରୁ ଗୁରୁମା ଙ୍କ ଉପଦେଶ ଓ ଆଶ୍ରୀବାଦ ପ୍ରାପ୍ତ କରିଥିଲେ ।















