Tuesday, November 17, 2026
Home ଆଞ୍ଚଳିକ ମୋ କଲେଜ ଅଭିଯାନ

ମୋ କଲେଜ ଅଭିଯାନ

109

ଖଲିକୋଟ,୨୧/୦୩(ଜିଲ୍ଲା ଖଵର) : ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନ ର ଶୁଭାରମ୍ଭ ଅବସରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ online ଯୋଗେ ଅଂଶ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ର ବିକାଶ ପାଇଁ ନୂତନ ଦିଗ ସୃଷ୍ଟି କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୋ କଲେଜ କାର୍ଯ୍ୟକ୍ରମର ଉନ୍ମୋଚନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି।ପୂର୍ବତନ ସିଣ୍ଡିକେଟ ମେମ୍ବର ଏନ ସି ପାଢ଼ୀ। ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ।କୁଳ ସଚିବ ଶ୍ରୀଯୁକ୍ତ ଦିଲିପ କୁମାର ବଳ, ରବିନ ହୋଡ ଆର୍ମି ର କିଛି ସଦସ୍ୟ ଓ କାହ୍ନା ଚାରିଟେବଲ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରି ଶ୍ରୀମତୀ ରଞ୍ଜନା ମିଶ୍ର ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମ ସଂଯୋଜିକା ଡ଼ ବନ୍ଦିତା କୁମାରୀ ପଣ୍ଡା , କାର୍ଯ୍ୟକ୍ରମ ସଂଯୋଜକ ଶାରଦା ପ୍ରସାଦ ସାହୁ ଓ ରାଜକିଶୋର କମ୍ପା ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମୋ କଲେଜ ସମ୍ପର୍କରେ ଅବଗତ କରାଇଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ରେ ଭାଗ ନେବାର ସୁଯୋଗ ପାଇଥିଲେ। ଉଚ୍ଚଶିକ୍ଷା ର ବିକାଶ ତଥା ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମାନଙ୍କ ର ଆଧାରିକ ସଂରଚନା ର ଉନ୍ନତି ନିମନ୍ତେ ମୋ କଲେଜ ଏକ ଅଭିନବ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ।ଏହି କାର୍ଯ୍ୟକ୍ରମ ରେ ଉଭୟ ଛାତ୍ର ଓ ଜନସଧାରଙ୍କ ର ସହଯୋଗ ଏକାନ୍ତ କାମ୍ୟ।ମୋ କଲେଜ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆମେ ସର୍ବଦା କର୍ମ ତତ୍ପର ରହିବା ଆବଶ୍ୟକ, ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସଫଳ ହେଲେ ଆମର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ଆଦର୍ଶ ଅନୁଷ୍ଠାନ ରେ ପରିଗଣିତ ହେବେ, ଏଥିରେ ତିଳେ ମାତ୍ର ସନ୍ଦେହ ର ଅବକାଶ ନାହିଁ।