Tuesday, November 17, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ଓଡ଼ିଆ ସମାଜ କୋଦଳା ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସମ୍ମିଳନୀ

ଗଞ୍ଜାମ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ଓଡ଼ିଆ ସମାଜ କୋଦଳା ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସମ୍ମିଳନୀ

41

ବେଗୁନିଆପଡା,୨୧/୦୩(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ଓଡ଼ିଆ ସମାଜ କୋଦଳା ମଣ୍ଡଳ ପକ୍ଷରୁ ବାର୍ଷିକ ସାଧାରଣ ସମ୍ମିଳନୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଂଚାୟତ ର ଲଛିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ପ୍ରଥମେ ଦ୍ବୀପ ପ୍ରଜ୍ବଳନ କରି ସଭା ରେ ସମସ୍ତ ଅତିଥି ଙ୍କୁ ସ୍ୱାଗତ ଜଣେଇବା ସହ କୋରନା ସମ୍ପର୍କିତ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ |ଏହି ବାର୍ଷିକ କାର୍ଯ୍ୟକ୍ରମ ରେ ସାମାଜିକ ସଂସ୍କାର,ଗରିବଙ୍କୁ ସୁବିଧା ଯୋଗାଇବା, ଶିକ୍ଷାର ଅଭିବୃଦ୍ଧି, ଅସହାୟ ମାନଙ୍କୁ ସାହାଯ୍ୟ,ବୃଦ୍ଧବୃଦ୍ଧାଙ୍କୁ ସହାୟତା,ବାଲ୍ୟବିବାହ ଉଛେଦ,ଯୌତୁକ ନିବାରଣ,ମହିଳାଙ୍କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା |ପରେ କୌଳିକ ନୀତି ପରମ୍ପରା ଅନୁଯାୟୀ ବିଭିନ୍ନ ସମସ୍ୟାର ଵିଚାର ବିମର୍ଶ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ଉପ ସଭାପତି ବ୍ରଜକିଶୋର ସ୍ୱାଇଁ,ସମ୍ପାଦକ କାର୍ତ୍ତିକ ପଲେଇ,ସହ ସମ୍ପାଦକ ଧବଳେଶ୍ୱର ଦଣ୍ଡିଆ,କୋଷାଧକ୍ଷ ମହେଶ୍ୱର ଛଟେଇ,ବିଚାରପତି ଭିକାରୀ ଚରଣ ରାଉତ,ନିର୍ବାହୀ ସଦସ୍ୟ ବାଞ୍ଛାନିଧି ରାଉତ,ଗୁରୁ ସ୍ୱାଇଁ,ପ୍ରଫୁଲ୍ଲ ପଲେଇ, କାଳୁ ଚରଣ ତରେଇ,ବିପ୍ର ଚରଣ ସ୍ୱାଇଁ,କୃଷ୍ଣ ଚନ୍ଦ୍ର ସେନାପତି, କାମ୍ପ ପ୍ରଧାନ ଙ୍କ ସମେତ ଗଞ୍ଜାମ ଜିଲ୍ଲାର 47ଟି ଗ୍ରାମରୁ ପ୍ରାୟ 63ଟି ପଲ୍ଲୀ ପରିଷଦ ର କର୍ମକର୍ତ୍ତା ଯୋଗ ଦେଇଥିଲେ |ଉକ୍ତ କାର୍ଯ୍ୟକ୍ରମରେ ଲଛିପୁର ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ |ସୂଚନା ଅନୁସାରେ ଆସନ୍ତା 23 ତାରିଖ ରେ ଉକ୍ତ ସମ୍ମିଳନୀ ଉଦଯାପିତ ହେବ |ଗତ ବର୍ଷ କରୋନା କାରଣରୁ ଏହି ସମ୍ମିଳନୀ ବନ୍ଦ ରଖାଯାଇଥିବାରୁ ଚଳିତ ବର୍ଷ କୋଭିଡ କଟକଣା ମାନି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |

ରିପୋର୍ଟ,ଦେବାଶିଷ ମହାରଣା