
ଆସିକା,୨୧/୦୩(ଜିଲ୍ଲା ଖଵର) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ “ମୋ କଲେଜ ଅଭିଯାନ” ର ଶୁଭାରମ୍ଭ ଆଜି ଅପରାହ୍ନ ୪ଟା ରେ ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଙ୍କ ପୌରହିତ୍ୟରେ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳିର ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ ସୁପୁତ୍ର ଶ୍ରୀ ନଚିକେତା ସ୍ବାଇଁ ଯୋଗଦାନ କରିଥିଲେ। ଅଧ୍ୟକ୍ଷ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି କଲେଜର ପୂର୍ବ ଗୌରବ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ। ଠିକ୍ ୫ଟାରେ ମୋ କଲେଜ ଅଭିଯାନ ଇଣ୍ଟେରନେଟ୍ ପୋର୍ଟାଲ ମାଧ୍ୟମରେ କଲେଜର ପୁରାତନ ଛାତ୍ର ଛାତ୍ରୀଙ୍କ ନିଜର କଲେଜ ପ୍ରତି ଅନୁରକ୍ତିର ବୃତ୍ତଚିତ୍ର ଦେଖାଯାଇଥିଲା। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଲେଜ ପ୍ରତି ପୁରାତନ ଛାତ୍ରଙ୍କ ଆନୁଗତ୍ୟ ଏବଂ ଆର୍ଥିକ ସହାୟତାର ଅଭିନବ ପରିକଳ୍ପନାର ପ୍ରତିପାଦନ ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ କଲେଜ ପ୍ରତି ମମତ୍ବର ଉଦ୍- ବୋଧନ ଦେଇଥିଲେ। ଏହି ଅଭିନବ ପରିକଳ୍ପନା ନିଶ୍ଚୟ ହିଁ କଲେଜର ବିକାଶ ହୋଇପାରିବ ବୋଲି ସମସ୍ତେ ମତ ପୋଷଣ କରିଥିଲେ। କଲେଜର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ୱେବ ପୋର୍ଟାଲରେ ମୋ କଲେଜ ଅଭିଯାନ ପ୍ରୋଗ୍ରାମର ଆନନ୍ଦ ନେଇଥିଲେ। ଡ଼ ଶଙ୍କର ପ୍ରସାଦ ଅଧିକାରୀ, ବିଘ୍ନରାଜ ପାଢୀ, ରାଜେଶ୍ କୁମାର ସାହୁ, ବିଭୁକଲ୍ୟାଣ ପଣ୍ଡା, ସୁଶ୍ରୀ ଜିନିତ୍ ସବା, ପ୍ରମୋଦ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ବନ୍ଦୀ ପ୍ରଧାନ, ରାଧାକୃଷ୍ଣ ସ୍ବାଇଁ, ସନ୍ତୋଷ ମହାରଣା, ବସନ୍ତ ନାୟକ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇପାରିଥିଲା।


