Monday, November 16, 2026
Home ଆଞ୍ଚଳିକ ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ସାଜିବ ପ୍ରମୁଖ ମାଧ୍ୟମ

ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ସାଜିବ ପ୍ରମୁଖ ମାଧ୍ୟମ

25

ଛତ୍ରପୁର,୨୧/୦୩(ଜିଲ୍ଲା ଖଵର) : ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା ପାଇଁ ସାଜିବ ପ୍ରମୁଖ ମାଧ୍ୟମ । ଯାହାକି ଏହି ପୁରାତନ ଛାତ୍ର/ଛାତ୍ରୀଙ୍କ ବିତିଯାଇଥିବା ଅତୀତ ସ୍ମୃତି ସହିତ ବର୍ତ୍ତମାନର ଦିଗଦର୍ଶନ ଅନେକ ପ୍ରେରଣା ଯୋଗାଇବ ଆଗାମୀ ପିଢୀ ନିମନ୍ତେ । ଏଭଳି ଆହ୍ୱାନକୁ ନେଇ ମହାବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନେ ପୁଣି ଆଗେଇ ଆସିବେ ନିଜର ସେହି ପୁରାତନ ଶିକ୍ଷାନୁଷ୍ଠାନକୁ । ଏଭଳି ମତବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସରକାର ଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମରେ । ଏହାକୁ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଥିବା ବେଳେ ଡିଜିଟାଲ ମାଧ୍ୟମରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ସରକାର ଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସରକାର ଙ୍କ ଏଭଳି ଅଭିଯାନର ଆଭିମୁଖ୍ୟ ଓ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ରୂପେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡି , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ୍.ଧନଞ୍ଜୟ ରେଡି , ବରିଷ୍ଠ ଆଇନଜୀବି ଗୋକୁଳଚନ୍ଦ୍ର ପଣ୍ଡା , ପୁରାତନ ଛାତ୍ର ସଂଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ ପ୍ରମୁଖ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଅନେକ ମାତ୍ରାରେ ସହଯୋଗ କରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ , ଶିକ୍ଷାବିତ ଚିହ୍ନୟ କୁମାର ଦାଶ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଓ ଭବାନୀକାନ୍ତ ସାହୁ ଛାତ୍ରନେତା ସୁଧିର କୁମାର ସାହୁ , ସନ୍ତୋଷ କୁମାର ମିଶ୍ର ଓ ହିମାଶୁଂ ଶେଖର ଯାଦବ , ଇଜୁ ଅମିନ୍ ଖାନ୍ ,ଆଇନଜୀବି ପି.ଧର୍ମା ରେଡି , ଛାତ୍ର ନେତା ଜି.ରାଜେଶ କୁମାର , ଶ୍ରୀନୁ ଆଚାରୀ , ଅରୁଣ ଶତପଥୀ , ଚିତ୍ତରଞ୍ଜନ ବେହେରା , ରାଜ କୁମାର ବେହେରା , ଆଦି ନାରାୟଣ ରେଡି ,ମନୋଜ କୁମାର ପାଢୀ , ଅଜିତ ସ୍ୱାଇଁ , ରବିନ୍ଦ୍ର ନାୟକ ଙ୍କ ସମେତ ବହୁ ପୁରାତନ ଛାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ମୋ କଲେଜ ଅଭିଯାନର ସଂଯୋଜିକା ଅଧ୍ୟାପିକ ଡା.ପିଙ୍କି ରାଣୀ ଦେଇ ଓ ପୁରାତନ ଛାତ୍ର ସଂଙ୍ଘର ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।