Sunday, November 15, 2026
Home ଆଞ୍ଚଳିକ କୋଳିହଳା ରେ ବିଶ୍ଵଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

କୋଳିହଳା ରେ ବିଶ୍ଵଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

160

ପାତ୍ରପୁର,୨୧/୦୩(ଜିଲ୍ଲା ଖବର) : ପାତ୍ରପୁର ବ୍ଳକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ କୋଳିହଳା ଗ୍ରାମରେ ବ୍ରହ୍ମ ଅବଧୂତ ମାଧବାନନ୍ଦ ବାବା ଙ୍କ ୫ ମ ବାର୍ଷିକୀ ସ୍ମୃତି ଚାରଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ସାଧୁ ଦେବେନ୍ଦ୍ର ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ରହ୍ମ ଅବଧୂତ ଜୟରାମ ବାବା,ବ୍ରହ୍ମ ଅବଧୂତ ବ୍ରହ୍ମା ନନ୍ଦ ବାବା ଓ ବ୍ରହ୍ମ ଅବଧୂତ ଜୟରାମ ବାବା ଙ୍କ ପୈ।ରହିତ୍ୟରେ ଦୁଇ ଦିନିଆ ବିଶ୍ଵ ଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଏହି ଦୁଇ ଦିନିଆ ବିଶ୍ଵଶାନ୍ତି ମହିମା ବ୍ରହ୍ମଯଜ୍ଞ ରେ ଶୁକ୍ରବାର ପ୍ରାତଃଯ୍ୟୋତି ଅର୍ପଣ, ବ୍ରହ୍ମ ଧ୍ବନି ପ୍ରଜ୍ବଳନ, ବାଲ୍ୟଲୀଳା ବର୍ଣ୍ଣନା,ନାମ ଭଜନ, ଘୃତ ଯଜ୍ଞ,ଅର୍ନ ଯଜ୍ଞ ଆଧ୍ୟାତ୍ମିକ ପ୍ରବଚନ,ସାଧୁ ଭିକ୍ଷା ଆଦି  ଆୟୋଜିତ ହୋଇଥିଲା। ସନ୍ଧ୍ୟା ସମୟରେ ଘୃତ ଯଜ୍ଞ ସହ ଗ୍ରାମ ପରିକ୍ରମା କରାଯାଇ ଭଜନ କୀର୍ତ୍ତନ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଶନିବାର ପ୍ରାତଃ ୫.୩୦ ମିନିଟ ରେ ପୁର୍ଣାହୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧୁ ଜୟରାମ ଦାସ, ସାଧୁ ପୁର୍ଣ୍ଣ ଦାସ,ସାଧୁ ଘନ ଦାସ,ସାଧୁ ହର ଦାସ ପ୍ରମୁଖ ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଆଶ୍ରିବାଦ ଭିକ୍ଷା କରିଥିଲେ। ମହିମା ଧର୍ମାବଲମ୍ବୀ କୋଳିହଳା ଗ୍ରାମର ଶିଶିର କୁମାର ପ୍ରଧାନ,ଇନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପାଢ଼ୀ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।*