
୨୧/୦୩/୨୧ (ଜିଲ୍ଲା ଖବର) : NIT ସମାବର୍ତ୍ତନ ଉତ୍ସବରେ ଯୋଗଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ଓଡ଼ିଶାର ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କୋଣାର୍କ କଳା ଓ ବିଜ୍ଞାନର ଅଦ୍ଭୁତ ମିଶ୍ରଣ । ଓଡ଼ିଶାର ସଂସ୍କୃତି ଓ ଇତିହାସ ସମୃଦ୍ଧ । ସ୍ବାଧୀନତା କ୍ଷେତ୍ରରେ ଓଡ଼ିଶାର ବଡ଼ ଭୂମିକା ରହିଛି । ସେହିପରି ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ନିଜର ସଫଳତାକୁ ବସ୍ତୁବାଦୀ ଚିନ୍ତାଧାରାରେ ଦେଖନି ।

ଯାହା ତୁମକୁ ଭଲ ଲାଗୁଛି ସେହି କ୍ଷେତ୍ରରେ କାରିଅର କର । ତୁମ ପରିବାରକୁ ଗର୍ବିତ କଲା ଭଳି କାମ କର । ତୁମ ଲକ୍ଷ୍ୟର ନିକଟକୁ ନେଉଥିବା କାମ କର । ସମାଜ ପ୍ରତି NIT ଛାତ୍ରଛାତ୍ରୀଙ୍କ ବଡ଼ ଅବଦାନ ରହିଥିବା ରାଷ୍ଟ୍ରପତି କହିଛନ୍ତି । ସେହିପରି NIT ସମାବର୍ତ୍ତନ ଉତ୍ସବରେ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି । ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଳମ ବିର୍ଲାଙ୍କୁ ଡକ୍ଟରେଟ ପ୍ରଦାନ କରାଯାଇଥିବା ବେଳେ, ସାହିତ୍ୟ ପାଇଁ ସୀତାକାନ୍ତ ମହାପାତ୍ରଙ୍କୁ ଡକ୍ଟରେଟ ପ୍ରଦାନ କରାଯାଇଛି । ସେହିପରି ଭାରତୀୟ ପ୍ରାଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ଡକ୍ଟରେଟ ପ୍ରଦାନ କରାଯାଇଛି ।


