Tuesday, November 17, 2026
Home ଆଞ୍ଚଳିକ ବହୁ ବାଦ ବିବାଦ ପରେ ଫିଟିଲା ବାଟ, ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ଅନୁମତି

ବହୁ ବାଦ ବିବାଦ ପରେ ଫିଟିଲା ବାଟ, ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ଅନୁମତି

56

ବ୍ରହ୍ମପୁର,୨୧/୦୩/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଛି। ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଟୁଇଟ୍‌ଯୋଗେ ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମଣ ସ୍ଥିତି ଓ ଗାଇଡ଼ ଲାଇନକୁ ଭିତ୍ତିକରି ଯାତ୍ରା ଅବଧି ବୃଦ୍ଧି କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଏମସି ପକ୍ଷରୁ ଯାତ୍ରା ପାଳନ ନେଇ ଅନୁମତି ନେଇ ଟୁଇଟ ଯୋଗେ ସୂଚନା ମିଳିବା ପରେ ଯାତ୍ରା ପରିଚାଳକ ଖୁସିବ୍ୟକ୍ତ କରିଛନ୍ତି ।