
କଟକ, ୨୧/୦୩/୨୧ (ଜିଲ୍ଲା ଖବର) : ଜମି ଦେବା ନାଁରେ ୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଠକାମୀର ଶିକାର ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ଶିଖରପୁରର ଯୁବକ ଶ୍ରୀକାନ୍ତ ସାହୁ। ଏ ନେଇ ସେ ମାଲଗୋଦାମ ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ଶ୍ରୀକାନ୍ତ ଯେଉଁ ଘରେ ଭଡ଼ାରେ ରହୁଥିଲେ ସେହି ଘରର ମାଲିକ ତାଙ୍କୁ ସେହି ଘର ଓ ଜାଗା ବିକ୍ରି କରିବା କହି ୧୩ ଲକ୍ଷ ୫୦ ହଜାର ଟଙ୍କା ସ୍ଥିର କରିଥିଲେ। ଏକା ଥରକେ ନଦେଇ ଶ୍ରୀକାନ୍ତ ୮ ଲକ୍ଷ ୨୫ ହଜାର ଟଙ୍କା ଦେଇଥିବା ବେଳେ ବାକି ପଇସା ରେଜିଷ୍ଟ୍ରି ପରେ ଦେବାପାଇଁ କହିଥିଲେ । ହେଲେ ଜମି ମାଲିକ ଜମି ରେଜିଷ୍ଟ୍ରି କରିନଥିବା ବେଳେ ସେମାନଙ୍କୁ ଆଉ ଧରଛୁଆଁ ଦେଲା ନାହିଁ। ଖାଲି ଏତିକି ନୁହେଁ ଟଙ୍କା ଫେରେଇବା ପାଇଁ କହିଲା ବେଳେ ଟଙ୍କା ନଦେଇ ଓଲଟା ଧମକଚମକ୍ ଦେଉଥିବାର ହୋଇଛି ଅଭିଯୋଗ। ସେପଟେ ପୋଲିସ ଦଫା ୪୨୦ ଲଗେଇକି ତଦନ୍ତ ଆରମ୍ଭ କରିଛି।



