
୨୧/୦୩/୨୧ (ଜିଲ୍ଲା ଖବର) : ରେକର୍ଡ ଭାଙ୍ଗୁଛି କୋରୋନା I ଆଜି ପୁଣି ଦିନକରେ 43 ହଜାର 846 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 197 ଜଣ ପ୍ରାଣ ହରାଇଥିବାବେଳେ 22 ହଜାର 956 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେପଟେ ବଢୁଥିବା ସଂକ୍ରମଣକୁ ଦେଖି ଭୋପାଲରେ ଗୋଟିଏ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି I ଅର୍ଥାତ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଇନ୍ଦୋର, ଭୋପାଲ ଓ ଜବଲପୁରରେ ପ୍ରତି ରବିବାର ଲକଡାଉନ ରହିବ I ଫଳରେ ଇନ୍ଦୋରରେ ରାସ୍ତା ଘାଟ ଖାଁ ଖାଁ ରହିଛି I ସେପଟେ ଏପର୍ଯ୍ୟନ୍ତ ଦେଶରେ ମୋଟ ମାମଲା 1,15,99,130 ରହିଥିବାବେଳେ 1,11,30,288 ଜଣ ସୁସ୍ଥ ହୋଇଛନ୍ତି I ଦେଶରେ ଏବେ ମୋଟ ଆକ୍ଟିଭ ମାମଲା 3,09,087 ରହିଥିବାବେଳେ 1,59,755 ଜଣଙ୍କର ମୃତ୍ୟୁ ହୋଇଛି I ଏବେ ସୁଦ୍ଧା 4,46,03,841 ଟିକା ନେଲେଣି I


