Saturday, October 17, 2026
Home ଆଞ୍ଚଳିକ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଅତିରିକ୍ତ ଡିଜି ଜସୱନ୍ତ ଜେଠୱଆ

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଅତିରିକ୍ତ ଡିଜି ଜସୱନ୍ତ ଜେଠୱଆ

55

ପୁରୀ,୨୧/୦୩/୨୧ (ଜିଲ୍ଲା ଖବର) : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ପୁରୀରେ ଅତିରିକ୍ତ ଡିଜି ଜସୱନ୍ତ ଜେଠୱଆ ପୁରା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଯେଉଁ ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିବ ଠିକ୍ ସେହି ସମୟରେ କ୍ୟାରକେଡ୍ ରହିରସଲ୍ କରାଯାଇଥିଲା। ଶ୍ରୀମନ୍ଦିରକୁ ଅତରିକ୍ତ ଡିଜି ଯଶବନ୍ତ ଯେଠୁଆ ଯାଇ ପୁରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସେହି ସମୟରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଜୟନାରାୟଣ ପଙ୍କଜ ଓ ଏସ୍ପି  କନୱର ବିଶାଳ ସିଂ ମଧ୍ୟ  ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଯେଉଁ ସେବାୟତ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉପସ୍ଥିତ ରହିବେ ସେମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି କାରକେଡ୍ ରିହରସଲ୍, ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥିଲା ୪୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ୨୫୦ ପୋଲିସ ଅଧିକାରୀ ଏବଂ ୧୩ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଅତରିକ୍ତ ଡିଜି କହିଛନ୍ତି ।