Sunday, November 15, 2026
Home ଆଞ୍ଚଳିକ ଆସନ୍ତା ମାସ୨୩ରେ ଅବସର ଗ୍ରହଣ କରିବେ ଭାରତର ପ୍ରଧାନ ବିଚାରପତି ଏସ ଏ ବୋବଡେ

ଆସନ୍ତା ମାସ୨୩ରେ ଅବସର ଗ୍ରହଣ କରିବେ ଭାରତର ପ୍ରଧାନ ବିଚାରପତି ଏସ ଏ ବୋବଡେ

47

୨୧/୦୩/୨୧ (ଜିଲ୍ଲା ଖବର) : ଭାରତର ପ୍ରଧାନ ବିଚାରପତି ଏସ ଏ ବୋବଡେ ଆସନ୍ତା ମାସ ୨୩ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ତାହାର ମାସକ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ନିଜର ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମର୍ମରେ ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ପ୍ରଚଳିତ ନିୟମ ଅନୁସାରେ, ଜଣେ ପ୍ରଧାନ ବିଚାରପତି ଅବସର ନେବା ପରେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତିଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ ପ୍ରଧାନ ବିଚାରପତି ସୁପାରିଶ କରିବେ । ପ୍ରଧାନ ବିଚାରପତି ବୋବଡେଙ୍କ ପରେ ଜଷ୍ଟିସ ଏନ୍‌ଭି ରମନ୍ନା ଏବେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ବିବେଚିତ ହେଉଛନ୍ତି । ତେଣୁ ତାଙ୍କ ନାମକୁ ଏହି ପଦ ପାଇଁ ସୁପାରିଶ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେ ଏହି ପଦରେ ନିଯୁକ୍ତି ପାଇଲେ ୨୦୨୨ ମସିହା ଅଗଷ୍ଟ ୨୬ ଯାଏଁ କାର୍ଯ୍ୟ କରିବେ ।