
ସମ୍ୱଲପୁର,୨୧/୦୩/୨୧ (ଜିଲ୍ଲା ଖବର) : ପ୍ରସିଦ୍ଧ ସମ୍ବଲପୁରୀ ଲେଖକ ମଙ୍ଗଳୁ ଚରଣ ବିଶ୍ୱାଳ ଗୁରୁତର ଅସୁସ୍ଥ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି। ପ୍ରଥମ ସମ୍ବଲପୁରୀ ଫ୍ଲିମ ଭୁଖାର ଲେଖକ ହେଉଛନ୍ତି ମଙ୍ଗଲୁ ଚରଣ ବିଶ୍ୱାଳ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାହୋଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୀମସାରକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମସାରର ଜରୁରୀକାଳୀନ ବିଭାଗରେ ରଖି ଚିକିତ୍ସା କରାଯାଉଛି ।


