Thursday, November 12, 2026
Home ଆଞ୍ଚଳିକ ଥାନା ପରିସରରେ ଥିବା ମନ୍ଦିର ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା

ଥାନା ପରିସରରେ ଥିବା ମନ୍ଦିର ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା

14

ଭୁବନେଶ୍ୱର,୨୧/୦୩/୨୧ (ଜିଲ୍ଲା ଖବର) : ଥାନା ପରିସରରେ ଥିବା ମନ୍ଦିର ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୋଲିସ କମିଶନରଙ୍କ ଦ୍ବାରସ୍ତ ହେଲେ ପୀଡ଼ିତା । ପରେ ଲଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ ଫେବୃୟାରୀ ମାସରେ ୩ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା କଥା ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ବୟସ ପାଖାପାଖି ୪୫ ବର୍ଷ । ମହିଳାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିବା ବେଳେ ସେ ଥାନା ପରିସରରେ ଥିବା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ସେହି ମନ୍ଦିର ନିକଟରେ ଏକାକୀ ଥିବା ବେଳେ ତାଙ୍କୁ ୩ ଜଣ ଦୁଷ୍କର୍ମ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଘଟଣାଟି ଫେବୃଆରୀ ମାସରୁ ଘଟିଥିବା ଜଣାପଡ଼ିଛି । କିନ୍ତୁ  ପୋଲିସ ମହିଳାଙ୍କୁ ସାହାଯ୍ୟ କରିବା ବଦଳରେ ଅପମାନିତ କରିଥିବା ଅଭିଯୋଗ ହୋଇଛି ।  ଏହା ସହ ଏହି ଘଟଣା ନେଇ କମିଶନରଙ୍କ ନିକଟରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ଲଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।