Thursday, November 12, 2026
Home ଆଞ୍ଚଳିକ ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

7

ଭୁବନେଶ୍ୱର,୨୧/୦୩/୨୧ (ଜିଲ୍ଲା ଖବର) : ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାଷ୍ଟ୍ରପତି ରାଉରକେଲା ଯାଇ NITର ସମାବର୍ତ୍ତନ ଉତ୍ସବ ଓ RSPର ସୁପର୍ ସ୍ପେଶାଲିଟି ହସପିଟାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ କୋଣାର୍କ ସୂର‌୍ୟ୍ୟ ମନ୍ଦିର ବୁଲି ଦେଖିବାର କାର‌୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଛି ରାଉରକେଲା। ଉତ୍କଣ୍ଠାରେ ଅଛନ୍ତି ଷ୍ଟିଲସିଟି ବାସିନ୍ଦା। ବିମାନଘାଟିରୁ NIT, NITରୁ IGH ଯାଏଁ, ସବୁଠି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଗସ୍ତସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଆଜି ଦିନ ୧୦ଟା ୩୫ରେ ରାଉରକେଲାରେ ପହଞ୍ଚିବେ। ଦିନ ୧୧ଟାରେ ରାଉରକେଲା NITର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପରେ ୧୨ଟାରୁ ୩ଟା ଯାଏଁ ରାଉରକେଲା ହାଉସରେ ବିଶ୍ରାମ ନେବେ। ଅପରାହ୍ଣରେ ଆଇଜିଏଚ ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ଉଦଘାଟାନ କରିବାର କାର‌୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଷ୍ଟିଲସିଟି ଆସିଥିଲେ ।