
ଅନୁଗୁଳ,୨୧/୦୩/୨୧ (ଜିଲ୍ଲା ଖବର) : ଅନୁଗୁଳ – ସମ୍ବଲପୁର ୫୫ନଂମ୍ବର ଜାତୀୟ ରାଜପଥରେ ଜରପଡା ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବୁଲାନସ୍ – ଗ୍ୟାସ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆମ୍ବୁଲନ୍ସଟି ରୋଗୀ ନେଇ ଅନୁଗୁଳରୁ କଟକ ଆସୁଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।



