Sunday, November 15, 2026
Home ଆଞ୍ଚଳିକ ସମ୍ବଲପୁର ସୁନାପାଲିରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଅନ୍ୟଜଣେ ଗୁରୁତର

ସମ୍ବଲପୁର ସୁନାପାଲିରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଅନ୍ୟଜଣେ ଗୁରୁତର

11

ସମ୍ୱଲପୁର, ୨୧/୦୩/୨୧ (ଜିଲ୍ଲା ଖବର): ପୁଣି ଥରେ ରକ୍ତ ରଞ୍ଜିତ ହୋଇଯାଇଛି ସମ୍ବଲପୁର ସହର । ବିଳମ୍ବିତ ରାତିରେ ସୁନାପାଲିର ଓରାମପଡ଼ା ନିକଟରେ ଦୁଇଜଣ ସାଙ୍ଗଙ୍କୁ କେହି ଭୁଜାଲି ମାଡ଼ କରି ହତ୍ୟା କରିବାକୁ ଉଦ୍ୟମ କରିଛି । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ କୌଣସି ମତେ ପ୍ରାଣ ବଞ୍ଚାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିଯାଇଥିଲେ । ସରଲାକାନି ଅଞ୍ଚଳର ଗଣେଶ ଓରାମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଲବ ଓରାମ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଭିମସାରକୁ ପଠାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।