ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କ ନିର୍ବାଚନ ମଣ୍ଡଳୀରେ ଢିଲା ପଡିଛି ସୁରକ୍ଷା

7

କଳାହାଣ୍ଡି,୨୧/୦୩/୨୧ (ଜିଲ୍ଲା ଖବର) : ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଢିଲା ପଡିଛି ସୁରକ୍ଷା । ଜଣେ ଦଳିତ ମହିଳା ଦରମା ମାଗିବାରୁ ସରକାରୀ ଅଧିକାରୀ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।  ଗଣ୍ଡାମେର ପଞ୍ଚାୟତର ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନଥିପତ୍ର ପରିଚାରିକା ଭାବେ ଗତ ୨୦୧୯ ମସିହା ଜୁଲାଇ ମାସରୁ କାର୍ଯ୍ୟ କରି ଆସୁଛନ୍ତି । ତେବେ ଜାନୁଆରୀ ୨୦୨୦ରୁ ତାଙ୍କୁ ଦରମା ମିଳୁନାହିଁ । ଏନେଇ ବିପିଏମ ସୁଧାଂଶୁ ଶେଖର ବିଶ୍ୱାଳଙ୍କୁ ଦରମା ଟଙ୍କା କହିବାରୁ ସେ ଶାରିରୀକ ସମ୍ପର୍କ ରଖିଲେ ଦରମା କରାଇଦେବାକୁ କହୁଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଅକ୍ଟୋବର ୨୭, ୨୦୨୦ରେ ଗୋଲାମୁଣ୍ଡା ଥାନାରେ ବିପିଏମ ସୁଧାଂଶୁ ବିଶ୍ବାଳଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନାହିଁ । ସେହିପରି ମହିଳା ଜଣଙ୍କ ଥାନା ଠାରୁ ଆରମ୍ଭ କରି ଧର୍ମଗଡ଼ ଏସଡିପିଓ, କଳାହାଣ୍ଡି ପୁଲିସ ଏସପି, ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କଲେ ମଧ୍ୟ କେହି ଜଣେ ହେଲେ ବି ଦଳିତ ମହିଳାଙ୍କୁ ସାହାଯ୍ୟ କରୁନାହାନ୍ତି ।