Thursday, October 15, 2026
Home ଆଞ୍ଚଳିକ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ

ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ

47

ଶେରଗଡ଼, ୦୭/୧୦(ଜ଼ିଲ୍ଲା ଖବର) : ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟଠାରେ ଶେରଗଡ଼ ସାହିତ୍ୟ ସଂସଦ ତରଫରୁ ଏକ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ରୂପେ ବିପ୍ର ଚରଣ ମିଶ୍ର, ମୁଖ୍ୟ ବକ୍ତା-ଶରତ ଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି-ଭାଗିରଥି ପଣ୍ଡା ଓ ଭାସ୍କର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ସଂସଦର ସମ୍ପାଦକ ତଥା ସଂଯୋଜକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ l କବୟିତ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କ ନିଜସ୍ୱ ରଚିତ ବହି ନୀଳତୃଷ୍ଣାକୁ ଆଲୋକପାତ କରି ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ କବି ନିରାକାର ବିଷୋୟୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଯୁଗଳ ସାହୁ,ପ୍ରଫୁଲ୍ଲ ପଣ୍ଡା,ଅଶୋକ କୁମାର ସାମନ୍ତରାୟ,ଅଶୋକ କୁମାର ସ୍ୱାଇଁ,ବଳରାମ ପାଣିଗ୍ରାହୀ, ସ୍ମିତା ମହାରଣା, ପ୍ରିୟଙ୍କା ପାଢ଼ୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ “ମାମୁଁ ଘର” ବିଷୟକୁ ନେଇ କବିତା,ଗଳ୍ପ ଓ ରଚନା ପାଠ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଅନିଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଶେଷ କରିଥିଲେ l