Wednesday, November 11, 2026
Home ଆଞ୍ଚଳିକ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଆହତ

33

ଜଟଣୀ,୨୦/୦୩(ଜିଲ୍ଲା ଖବର) : ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜାବଜାର ଅଂଚଳର ବିନାୟକ ରାମ(୧୮) । ଆହତ ଜଣଙ୍କ ହେଉଛନ୍ତି ସେହି ଅଂଚଳର ଏନ ଭବାନୀ ପ୍ରସାଦ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି । ଶନିବାର ମଧ୍ୟାହ୍ନରେ ଜଟଣୀଥାନା ଅନ୍ତର୍ଗତ ରାଜାବଜାର ଅଂଚଳର ବିନାୟକ ରାମ ଓ ଏନ ଭବାନୀ ପ୍ରସାଦ ବାଇକନଂ ଓଡି୩୩ଟି ୭୩୦୧ ଯୋଗେ ଜଟଣୀରୁ ତଳଖେତା ଅଭିମୂଖେ ଯାଉଥିବା ବେଳେ ଗୋବିନ୍ଦପୁର ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ବିନାୟକ ଓ ଭବାନୀ ଉଭୟେ ଗାଡିରୁ ଛିଟିକି ପଡିଯାଇଥିଲେ । ଘଟଣାସ୍ଥଳରେ ବିନାୟକଙ୍କ ମୁଣ୍ଡରେ ଶକ୍ତ ଆଘାତଲାଗି ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେହିପରି ବାଇକପଛରେ ବସିଥିବା ଭବାନୀଙ୍କ ଗୋଡରେ ଗଭିର ଆଘାତଲାଗି ଗୁରୁତର ହୋଇଯାଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ଖବରଲେଖା ହେବା ମଧ୍ୟରେ ଭବାନୀ ଗୁରୁତର ରହିଥିବା ତଦନ୍ତଧିକାରୀ ପୁଲିସ ଏସ କେ ବେହୁରା ସୁଚନାଦେଇଛନ୍ତି । ସଜନ କୁମାର ପ୍ରସାଦଙ୍କ ଅଭିଯୋଗକ୍ରମେ ଜଟଣୀଥାନା କେଶନଂ ୧୫୪/୨୧ରେ ମାମଲା ରୁଜୁ ହୋଇଛି ।
ରୀପୋର୍ଟ ,ସଞ୍ଜୀବ କୁମାର