
କୋଲକାତା, ୨୦/୦୩/୨୧ (ଜିଲ୍ଲା ଖବର) : ଆଜି ପଶ୍ଚିମବଙ୍ଗ ଖଡଗପୁରରେ ଏକ ବିଶାଳ ନିର୍ବାଚନ ରାଲିରେ ମୋଦି ପ୍ରଚାର କରିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ବିରୋଧ କରୁଛନ୍ତି । କିନ୍ତୁ ଆମେ ଗରିବଙ୍କ ପାଠପଢା ଉପରେ ଗୁରୁତ୍ୱ ଦେଉଛୁ । ଗରିବର ଛୁଆ ବି ଡାକ୍ତର ହେବା ହରକାର । ନିଜ ଭାଷାରେ ପାଠ ପଢାଇବାକୁ ବ୍ୟବସ୍ଥା କରାଯାଉଛି । ଦିଦିଙ୍କୁ ପଶ୍ଚିମବଙ୍ଗର ଯୁବକଙ୍କ ସହ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ମୋଦି କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦିଦି ଅତ୍ୟାଚାର ଚଳାଇଛନ୍ତି । ଚାଷୀଙ୍କୁ ଅବହେଳା କରାଯାଉଛି । କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରାଯାଉନି । ଏଥିରେ ସବୁ ବାଧା ସୃଷ୍ଟି କରୁଛନ୍ତି ଦିଦି । ଦେଶରେ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଲାଗୁ ହୋଇଛି । ହେଲେ ପଶ୍ଚିମବଙ୍ଗରେ ଅଲଗା ପ୍ରକାର ସିଷ୍ଟମ ଚାଲିଛି । ପଶ୍ଚିମବଙ୍ଗରେ ମାଫିଆ ଉଦ୍ୟୋଗ ଚାଲିଛି । ବିଜେପି ଆସିଲେ ବଦଳିବ ବଙ୍ଗ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।


