Home ଆଞ୍ଚଳିକ ଚିହ୍ନଟ ହେଲେ 120 କରୋନା ଆକ୍ରାନ୍ତ

ଚିହ୍ନଟ ହେଲେ 120 କରୋନା ଆକ୍ରାନ୍ତ

9

ଭୁବନେଶ୍ୱର,୨୦/୦୩/୨୧ (ଜିଲ୍ଲା ଖବର) :  ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ କିଛି ଦିନ ହେଲା  ସଂକ୍ରମଣ କମିଥିଲା କିନ୍ତୁ ଏହା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି   । ରାଜ୍ୟରେ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନ୍‌ରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୭୧୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।