
ନୂଆଦିଲ୍ଲୀ, ୨୦/୦୩/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହେଲେ ତାରକ୍ ମେହେତାକା ଉଲଟା ଚଷମାର Mandar Chandwadkar। ଏବେ ତାଙ୍କ ସମେତ ତାଙ୍କ ପରିବାର ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଏହା ସହିତ ତାଙ୍କ ଚିକିତ୍ସା ଜାରି ରହିଛି । ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମନ୍ଦାର କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି ହେଲେ ମୁଁ Asymptomatic ଅଟେ । ମୁଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହିତ, ବିଏମ୍ସିର ସମସ୍ତ ନିୟମକୁ ପାଳନ କରୁଛି । ମୋର ସ୍ୱାସ୍ଥ୍ୟ ଠିକ୍ ଅଛି ଏବଂ ମୁଁ ଫିଟ ଆଣ୍ଡ ଫାଇନ ଅନୁଭବ କରୁଛି ।
ଏହା ସହିତ ସେ ଲେଖିଛନ୍ତି ଯେ, ମୁଁ ନିଜକୁ ପୂର୍ବରୁ ଆଇସୋଲେଟ କରି ନେଇଥିଲି । ଟେଷ୍ଟ ରିପୋର୍ଟସ୍ ଆସିବା ପୂର୍ବରୁ ମୁଁ ଏହି ପଦକ୍ଷେପ ଉଠାଇଥିଲି । କାହିଁକି ନାଁ , ମତେ ଲାଗୁଥିଲା ମୁଁ କରୋନା ସଂକ୍ରମିତ ହୋଇଥିବି । ଏବେ ମୁଁ ଏବଂ ମୋର ପରିବାର ହୋମ୍ କ୍ୱାରେଣ୍ଟାଇନରେ ଅଛୁ ଏବଂ ନିଜର ଯତ୍ନ ନେଉଛୁ । ଆଶା କରୁଛି ଯେ, ଜଳଦୀ ଠିକ୍ ହୋଇ ପୁଣି ସୁଟିଂ ସେଟ୍କୁ ଫେରିବି ।



