
ପୁରୀ, ୨୦/୦୩/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି । ପ୍ରଶାସନ ତରଫରୁ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି NACରେ ଲାଗିଥିବା ସମସ୍ତ ହୋଡିଂ ଏବଂ ବ୍ୟାନରକୁ ହଟାଯାଇଛି । ଆଚାରଣ ବିଧି ଲାଗୁ ପରେ ଜିଲ୍ଲା ପ୍ରଶାସନ ଓ ଡେଲାଙ୍ଗ ପୋଲିସ ଫୋର୍ସ ମୁତୟନ କରି ବଜାର, ବେରବୋଇ ବଜାର, ହାଟ ବଜାର୍ ପ୍ରଭୃତି ସ୍ଥାନରୁ ପୋଷ୍ଟର ହଟାଇଛି । ଏହାସହ ପିପିଲି ବିଡିଓ ରଶ୍ମିତା ନାଥ ଏବଂ ପିପିଲି ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଉପସ୍ଥିତ ରହି ବଜାର ଘାଟ ଏବଂ NAC ଓ ଟୋଲ ଗେଟ ଅଞ୍ଚଳରୁ ସମସ୍ତ ବ୍ୟାନର ପୋଷ୍ଟର ହଟାଇଛନ୍ତି


