
୨୦/୦୩/୨୧ (ଜିଲ୍ଲା ଖବର) : ଆଜି ବିଶ୍ୱ ପଖାଳ ଦିବସ । ଏହି ଅବସରରେ ଦୁଇ ବର୍ଷ ତଳର ପୁରୁଣା ସ୍ମୃତିକୁ ମନେ ପକାଇ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଆ ରୋଷେଇକୁ ଉପଭୋଗ କରିବା ସର୍ବଦା ଆନନ୍ଦଦାୟକ ଅଟେ । ବିଶେଷତଃ ପଖାଳ ମୋର ପ୍ରିୟ ଖାଦ୍ୟ । ରାଜ୍ୟ ତଥା ଦେଶ ବାହାରର ଅତିଥିଙ୍କୁ ବି ଆମେ ଦିନେ ପଖାଳ ପରଷିଥିଲୁ । ଯାହା ସେମାନେ ଖୁବ ଉପଭୋଗ କରିଥିଲେ । ଆପଣ ସମସ୍ତଙ୍କୁ ପଖାଳ ଦିବସର ଅନେକ ଅନେକ ଶୁଭେଚ୍ଛା ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଥିବା ଏହି ଫଟୋରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା, ଓ ସିପିଆଇ ନେତା ସୀତାରାମ ୟଚୁରୀ ଉପସ୍ଥିତ ଅଛନ୍ତି । ନବୀନ ନିବାସରେ ପଖାଳ ଖାଇଥିବାର ଦୁଇ ବର୍ଷ ତଳର ଏକ ପୁରୁଣା ସ୍ମୃତିକୁ ମନେ ପକାଇ ଏହି ଫଟୋକୁ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାଦିଷ୍ଠ ବ୍ୟଞ୍ଜନରେ ମହକିତ ହୁଏ ଓଡ଼ିଆଙ୍କ ବାରମାସରେ ତେର ପର୍ବ । ଖାଦ୍ୟ ପ୍ରିୟ ଓଡ଼ିଆ ତାର ଅତିପ୍ରିୟ ପଖାଳ ପାଇଁ ସୃଷ୍ଟି କରିଛି ଏଭଳି ଆଉ ଏକ ନିଆରା ଦିନ । ମାର୍ଚ୍ଚ 20 ଆସିଲେ ଗାଁରୁ ସହର ଆଉ ଝୁମ୍ପୁଡି ରୁ ତାରକା ହୋଟେଲ ଆଉ ହଷ୍ଟେଲ ଯାଏଁ ସବୁଠି ରାଜ କରେ ଭଳିକି ଭଳି ଆଇଟମ ସହ ମହକରେ ଭରା ପଖାଳ କଂସା । ଚାରିଆଡେ ପଖାଳର ଆସର ଭିତରେ ଆମେ ରାଜଧାନୀ ରୋଜି କିଚେନ ର ନିଆରା ପଖାଳ ହାଣ୍ଡିରୁ ପରଖିଛୁ ଓଡ଼ିଆ ବ୍ୟଞ୍ଜନ ପ୍ରତି ଆକର୍ଷଣର ଅସଲ କାରଣ ।


