Thursday, November 12, 2026
Home ଆଞ୍ଚଳିକ ଆଜି ଖଡଗପୁର ଓ ଚାବୁଆ ରାଲିକୁ ସମ୍ବୋଧିତ କରିବେ ମୋଦି

ଆଜି ଖଡଗପୁର ଓ ଚାବୁଆ ରାଲିକୁ ସମ୍ବୋଧିତ କରିବେ ମୋଦି

66

୨୦/୦୩/୨୧ (ଜିଲ୍ଲା ଖବର) : ଆଜି ପଶ୍ଚିମବଙ୍ଗର ଖଡକପୁର ଓ ଆସାମର ଚାବୁଆ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାମନ୍ତ୍ରୀ  । ତେବେ ରାଲିରେ ବିଜେପିର ବିକାଶର ଆଜେଣ୍ଡାକୁ ନେଇ ସେ ବକ୍ତବ୍ୟ ରଖିବେ  । ଆଗାମୀ ନିର୍ବାଚନରେ ଯେପରି ଦୁଇ ରାଜ୍ୟରେ ଏଥର ଏନଡିଏ ସରକାର ଗଢିବ ସେ ନେଇ ଟ୍ୱିଟ୍‌ରେ ସ୍ପଷ୍ଟ କରିଛନ୍ତି  ।  ଏହାପୂର୍ବରୁ ଗୁରୁବାର ଦିନ ପୁରୂଲିଆରେ ହୋଇଥିବା ଦ୍ୱିତୀୟ ନିର୍ବାଚନୀ ରାଲିରେ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କହିଥିଲେ ଯେ ପଶ୍ଚିମବଙ୍ଗରେ ବିଜେପି ଜିତିବା ରାଜ୍ୟରେ ବିକାଶର ଏକ ନୂତନ ଯୁଗର ଆରମ୍ଭ ହେବ । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ନିର୍ଯ୍ୟାତନା କମ ହେବ   । ଏଠାରେ କହିରଖୁଛୁ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । 30 ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ମାର୍ଚ୍ଚ 27 ରେ ହେବ, 30 ଟି ନିର୍ବାଚନମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 1 ରେ ହେବ। 3ୟ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ 6 ରେ 31 ଆସନ ପାଇଁ, 4ର୍ଥ ପର୍ଯ୍ୟାୟ  ଭୋଟ୍‌ 44 ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ 10 ରେ ହେବ  । ଏପ୍ରିଲ 17 ରେ 45 ନିର୍ବାଚନମଣ୍ଡଳୀ ପାଇଁ 5ମ ପର୍ଯ୍ୟାୟ ଭୋଟ୍‌ , ଏପ୍ରିଲ 22ରେ 43 ନିର୍ବାଚନମଣ୍ଡଳୀ ପାଇଁ  6ଷ୍ଠ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ  । ସେହିପରି  36ଟି ନିର୍ବାଚନ ମଣ୍ଡଳୀ ପାଇଁ ଏପ୍ରିଲ୍ 26 ରେ 7ମ ପର୍ଯ୍ୟାୟ ଭୋଟ୍‌ ଗ୍ରହ ହେବ  ।  ଏପ୍ରିଲ୍ 29 ରେ 35 ଟି ନିର୍ବାଚନମଣ୍ଡଳୀ ପାଇଁ 8ମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ  ।