
ଭୁବନେଶ୍ୱର, ୨୦/୦୩/୨୧ (ଜିଲ୍ଲା ଖବର) : ସାତ ଦିନ ପରେ ଆଜି ସ୍ଵାଭାବିକ ହେବ ଗୄହ କାର୍ଯ୍ୟ। ଆଜି ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ରହିଛି। ପ୍ରଶ୍ନ କାଳରେ ମହିଳା ଶିଶୁ ବିକାଶ ଓ ମିସନ ଶକ୍ତି, ଭିନ୍ନକ୍ଷମ ଶସକ୍ତିକରଣ, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ହସ୍ତତନ୍ତ ବୟନଶିଳ୍ପ ଓ ସରକାରୀ ଉଦ୍ୟୋଗ ଭଳି ବିଭାଗ ରହିଛି । କଂଗ୍ରେସ ତରଫରୁ ଯଦି କିଛି ମୁଲତବୀ ପ୍ରସ୍ତାବ ଦିଆଯାଇଥାଏ ସେ ଉପରେ ଆଲୋଚନା ହେବ। ଗତକାଲି ଅପରାହ୍ନ ଅଧିବେଶନରେ ସର୍ବଦଳୀୟ ବୈଠକ ବସିଥିଲା। ଏହାପରେ ସୁରୁଖୁରୁରେ ଚାଲିଥିଲା ଗୄହ କାର୍ଯ୍ୟ ।


