ଗଜରାଜ ନେଲା ଜୀବନ

47

ସୁବର୍ଣ୍ଣପୁର, ୨୦/୦୩/୨୧ (ଜିଲ୍ଲା ଖବର) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ବାଙ୍କତେତେଲ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗ୍ରାମର ଉପେନ୍ଦ୍ର ଦୀପ ଭୋର ସକାଳୁ ନିଜକୁ ବିଲକୁ ଯାଇଥିବାବେଳେ ହାତୀ ସହ ମୁହାଁ ମୁହିଁ ହୋଇଥିଲେ । ସେଠାରେ ତାଙ୍କୁ ହାତୀ ଦଳିଦେଇଛି । ସୋନପୁର ରେଞ୍ଜର ବାରପାହାଡ଼ ଜଙ୍ଗଲରେ ଦୀର୍ଘ ଦିନ ହେଲା ହାତୀ ପଲ ରହି ଆସୁଛନ୍ତି । ଅନେକ ସମୟରେ ଧନ ଜୀବନ ନଷ୍ଟ କରୁଥିବା ନଜରକୁ ଆସିଛି ।