Thursday, November 12, 2026
Home ଆଞ୍ଚଳିକ ଭୋରୁ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୋରୁ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ

8

୨୦/୦୩/୨୧ (ଜିଲ୍ଲା ଖବର) : ଆଜି ଭୋରୁ ଭୋରୁ ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ  । ଜେନେରେଟର ଓ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଥିବା ସୂଚନା ରହିଛି  । ତେବେ ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି  । ଏହି କମ୍ପାର୍ଟମେଣ୍ଟକୁ ଟ୍ରେନରୁ ଅଲଗା କରିଦିଆଯାଇଛି  । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ  । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି  । ଅନ୍ୟପଟେ ନିଆଁ ଲାଗିବା କାରଣ ଜଣାପଡିନଥିବାବେଳେ ତଦନ୍ତ ଜାରି ରହିଛି  ।