Friday, November 20, 2026
Home ମୁଖ୍ୟ ଖବର ଆମ୍ବ ଚଟଣୀ

ଆମ୍ବ ଚଟଣୀ

84

୨୦/୦୩/୨୧ (ଜିଲ୍ଲା ଖବର) : ଆବଶ୍ୟକ ସାମଗ୍ରୀ-

କଂଚା ଆମ୍ବ, ଧନିଆ ପତ୍ର, ଭଜା ଜିରା, ଲୁଣ, କଳାଲୁଣ, ଚିନି, ଟମାଟୋ, ଲଙ୍କା ପାଉଡର ।

 ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ କଂଚା ଆମ୍ବର ଚୋପା ଛଡେଇ ତାକୁ ଧୋଇ ଗ୍ରେଡ୍ କରି  ଏକ ପାତ୍ରରେ ରଖିବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ, କଡେଇ ଗରମ କରିବେ ।  ଏହାପରେ ସେଥିରେ ଗ୍ରେଡ୍ କରିଥିବା ଆମ୍ବ ଚିନି , କଳାଲୁଣ,  ଲୁଣ, ଲଙ୍କା ପାଉଡର, ଭଜା ଜିରା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ ଏହାକୁ ଭଲଭାବେ ଫ୍ରାଏ କରିବେ । ଦେଖିବେ  ଆମ୍ବ ଭଲଭାବେ ସିଝିଯିବା ପରେ ସେଥିରେ ଅଳ୍ପ କଟା ଟମାଟୋ ପକାଇ ମିକ୍ସ କରିବେ । ଦେଖିବେ ଏହା ଭଲଭାବେ ମେଲ୍ଟ ହେବାପରେ ସେଥିରେ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରିବେ । ଏହାପରେ ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା  ଆମ୍ବ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।