
ଭୁବନେଶ୍ଵର, ୨୦/୦୩/୨୧ (ଜିଲ୍ଲା ଖବର) : ହୋଲି ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଘରେ ରହି ପରିବାର ସହ ହୋଲି ଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି। ସର୍ବସାଧାରଣରେ ହୋଲି ନଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନର ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଦୋଳଯାତ୍ରାରେ ଧାର୍ମିକ ଓ ସାଂସ୍କୃତିକ ସମାବେଶକୁ ମନା କରାଯାଇଛି। କୋଭିଡ ନିୟମ ମାନି ମନ୍ଦିରରେ ପୂଜା ଅର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


