ଭୁବନେଶ୍ବରରେ ପହଞ୍ଚିଲା ବିଜେପି ପଦଯାତ୍ରା, ଆଜି ପୂର୍ବାହ୍ନରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ପାର୍ଟି

46

କଟକ, ୨୦/୦୩/୨୧ (ଜିଲ୍ଲା ଖବର) : ମାହାଙ୍ଗା ଡବଲ ମର୍ଡର ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବି । ନ୍ୟାୟ ପାଇଁ ବିଜେପିର ପଦଯାତ୍ରା ଭୁବନେଶ୍ୱରରେ ପହଞ୍ଚିଛି। ମାହାଙ୍ଗାରୁ ରାଜଧାନୀ ଅଭିମୁଖେ 4 ଦିନର ପଦଯାତ୍ରା କରିଛି ବିଜେପି । ଆଜି ବିଧାନସଭା ଘେରାଉ କରିବ ଦଳ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନୃଙ୍ଖଳା ପରିସ୍ଥିତି, ମାହାଙ୍ଗା ଡବଲ ମର୍ଡର ଓ 302 ଦଫା ଲାଗିଥିବା ଆସାମୀକୁ ସୁରକ୍ଷା ଦେବା ପ୍ରତିବାଦରେ ଆଜି ପୂର୍ବାହ୍ନରେ ବିଜେପି ବିଧାନସଭା ଘେରାଉ କରିବ । ମାହାଙ୍ଗାରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ଚାଲିଛି, ତାହା ରୋକିବା ପାଇଁ ବିଜେପି ଏହି ପଦଯାତ୍ରା କରିଛି। ଅନ୍ୟପଟେ ମାହାଙ୍ଗା ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କ ହାତ ସିଧାସଳଖ ରହିଛି ବୋଲି ଅଭିଯୋଗ କରିଛି ବିଜେପି । ଏହି ପଦଯାତ୍ରା ନିଶ୍ଚୟ ମାହାଙ୍ଗା ମାଟିକୁ ଶାନ୍ତି ଫେରାଇ ଆଣିବା ନେଇ ଆଶା ରଖିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରଘୁନାଥଜୀଉ ପୀଠ କୁଳିଆଠାରୁ ପଦଯାତ୍ରା ଆରମ୍ଭ କରିଥିଲା ବିଜେପି । ଦ୍ୱିତୀୟ ଦିନରେ ଜଗତପୁରରୁ ପ୍ରତପାନଗରୀ, ତୃତୀୟ ଦିନରେ ପ୍ରତପାନଗରୀରୁ ରାମ ମନ୍ଦିର ଓ ଆଜି ଅର୍ଥାତ ଚତୁର୍ଥ ଦିନରେ ରାମ ମନ୍ଦିରରୁ ବାହାରି ବିଧାନସଭା ଘେରାଉ କରିବ ବିଜେପି ।