Home ଖେଳ ଭାରତ-ଇଂଲଣ୍ଡ ଟି-୨୦ ସିରିଜ: ଶେଷ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଉଭୟ...

ଭାରତ-ଇଂଲଣ୍ଡ ଟି-୨୦ ସିରିଜ: ଶେଷ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଉଭୟ ଟିମ

23

ନୂଆଦିଲ୍ଲୀ,୨୦/୦୩/୨୧ (ଜିଲ୍ଲା ଖବର) :  ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ । ଉଭୟ ଦଳ ସିରିଜର ଦୁଇଟି ଲେଖାଁଏ ମ୍ୟାଚ ଜିତିବା ଫଳରେ ସିରିଜ ୨-୨ ରେ ବରାବର ରହିଛି ।

ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଭାରତ ଓ ଇଂଲଣ୍ଡ ଟିମ । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଶୃଙ୍ଖଳା ୨-୨ରେ ରହିଛି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା । ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍‌ରେ ବିଜୟ ଆସଲ କରିଥିଲା । ତେଣୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସମ୍ଭାବିତ ଭାରତୀୟ ଟିମ୍‌: କେଏଲ ରାହୁଲ (ୱିକେଟକିପର), ବିରାଟ କୋହଲି (ଅଧିନାୟକ) ରୋହିତ ଶର୍ମା, ସୂର୍ଯ୍ୟକାନ୍ତ ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ନଭଦୀପ ସଇନୀ, ଅକ୍ଷର ପଟେଲ, ଶିଖର ଧୱନ, ଦୀପକ ଚହର, ଶ୍ରେୟସ ଆୟର, ରାହୁଲ ତିୱାଟିଆ, ଈଷାନ କିଷାନ ଓ ରାହୁଲ ଚହର ।

ସମ୍ଭାବିତ ଇଂଲଣ୍ଡ ଦଳ: ଜୋଶ ବଟଲର (ୱିକେଟକିପର), ଇଅନ ମୋର୍ଗାନ (ଅଧିନାୟକ), ଜସନ ରୟ, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ମୋଇନ ଅଲୀ, ସାମ କୁରାନ, କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚ୍ଚର, ଆଦିଲ ରସିଦ, ସାମ ବିଲିଂ, ରେସୀ ଟୋପଲେ, ମାର୍କ ଉଡ, ଟମ କୁରାନ ଓ ଲିଆମ ଲିଭିଂଷ୍ଟୋନ୍ ।