
ରାୟଗଡା,୧୯/୦୩(ଜିଲ୍ଲା ଖବର) : ରାୟଗଡ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମହେଶ୍ୱର ନlଏକ,ଓ. ପ୍ର. ସେ, (ଏସ, ଏସ )ଙ୍କ ଗତ ତା 18/03/21ରିଖଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି l ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ରୂତୁରାଜ, ଭା. ପ୍ର. ସେଙ୍କ ଗତ 6/01/21ରିଖ ଦିନ ଠାରୁ ଦଦଲି ହେବାପରେ ଦୀର୍ଘ 2ମାସରୁ ଅଧିକ ପଦଵୀ ଖାଲିଥିଲା l ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୀମସେନ ଶବର ଦାୟିତ୍ୱରେ ଥିଲେ l ନୂତନ ପିଡି ଶ୍ରୀ ନାୟକ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ଗ୍ରାମୀୟ ସଂସ୍ଥା ଅତିରିକ୍ତ ପିଡି ଭାବରେ କାର୍ଯ୍ୟ ତୁଲାଉଥଲେ l ଶ୍ରୀ ନାୟକଙ୍କ ଯୋଗଦାନ ଫଳରେ ଉନ୍ନୟନ କାର୍ଯ୍ୟ ତ୍ବରାନ୍ୱିତ ହେବ l ପିଡି ଶ୍ରୀ ନାଏକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗଶିଲା ଗ୍ରାମନୀବାସୀ ଅଟନ୍ତି l ସ୍ୱର୍ଗତ କବିସୂର୍ଯ୍ୟ ନାଏକଙ୍କ ଏକ ମାତ୍ର ପୁତ୍ର ଅଟନ୍ତି l କାଶୀପୁର ବ୍ଲକରୁ ଓଡିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିବା ପ୍ରଥମ ବ୍ୟକ୍ତି ଅଟନ୍ତି l ସେ ଜଣେ ଯବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ଉଚ୍ଚଶିକ୍ଷା ଲାଭ କଲାପରେ ଓଡିଶା ପ୍ରଶାସନିକ ସେବାରେ 1997 ମସିହାରେ ଯୋଗଦାନ କରିଥିଲେ l


