Tuesday, November 17, 2026
Home ମୁଖ୍ୟ ଖବର କୋଭିଡ ଟିକା ପାଇବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିକେଟର କ୍ରିସ ଗେଲ୍‌

କୋଭିଡ ଟିକା ପାଇବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିକେଟର କ୍ରିସ ଗେଲ୍‌

66

୧୯/୦୩/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିକେଟର କ୍ରିସ ଗେଲ୍‌‌  । ଭାରତରୁ ଜାମାଇକାକୁ କୋଭିଡ ଟିକା ପଠା ଯିବା ପରେ ଭାରତ ସରକାର,  ଦେଶବାସୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଜାମାଇକା କ୍ରିକେଟର କ୍ରିସ ଗେଲ୍‌‌  । ସେ କହିଛନ୍ତି ଯେ, ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତର କାର୍ଯ୍ୟ ଅତି ଉଚ୍ଚ କୋଟୀର  । ଏନେଇ ଆମେ କୃତଜ୍ଞ  ।

‘I want to say a big thank you to PM @narendramodi & @hcikingston. The #COVID19 Vaccines are here & we are excited.’ @PMOIndia

‘#India & #Jamaica – We are more than close, we are now brothers’.

WI Cricketer Andre Russell praises #VaccineMaitri @Russell12A @DrSJaishankar pic.twitter.com/LhGi5OQeED — India in Jamaica (@hcikingston) March 16, 2021

Jamaican cricketer Chris Gayle thanks India for sending COVID19 vaccines to Jamaica

“PM Modi, the Government of India and the people of India, I want to thank you all for your donation of the vaccine to Jamaica. We appreciate it,” he says pic.twitter.com/8iSa3yhYcs — ANI (@ANI) March 19, 2021

ଭାରତ ସରକାରଙ୍କ ‘ଭ୍ୟାକ୍ସିନ୍ ମୈତ୍ରୀ’ ଯୋଜନା ଅଧିନରେ ଭାରତ ସମସ୍ତ ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ କୋଭିଡ୍ -19 ଟିକା ଯୋଗାଉଛି ।  ସୋମବାର ଜାମାଇକା ଭାରତରୁ ଏହି ଟିକା ଗ୍ରହଣ କରିଛି ।

ଅନ୍ୟ ଜଣେ ୱେଷ୍ଟ ୱିଣ୍ଡିଜ୍ କ୍ରିକେଟର ଆଣ୍ଡ୍ରେ ରସେଲ ମଧ୍ୟ ତାଙ୍କ ଦେଶ ଜାମାଇକାକୁ କରୋନାଭାଇରସ ଟିକା ପଠାଇଥିବାରୁ ପିଏମ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ “ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ଉଚ୍ଚ ଆୟୋଗକୁ ଅଶେଷ ଧନ୍ୟବାଦ ଜଣାଉଛି “  । ଟିକା ପାଇ ଆମେ ଉତ୍ସାହିତ ଅଛୁ  । ଜାମାଇକା ଲୋକମାନେ ଏହାକୁ ପ୍ରଶଂସା କରୁଛନ୍ତି  ।  ଭାରତ ଏବଂ ଜାମାଇକା ବର୍ତ୍ତମାନ ଭାଇ ଭାଇ  ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଆଣ୍ଡ୍ରେ ରସେଲ  ।

ଜାମାଇକା ସରକାର ମଧ୍ୟ 50,000 ଡୋଜ୍ କରୋନାଭାଇରସ୍ ଟିକା ପଠାଇଥିବାରୁ ଭାରତକୁ କୃତଜ୍ଞତା ଜଣାଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସ ମଧ୍ୟ ଟ୍ବିଟ କରି ଭାରତକୁ ଧନ୍ୟବାଦ ଜଣାଇଥିଲେ  ।