Sunday, November 15, 2026
Home ମନୋରଞ୍ଜନ ସାମ୍ନାକୁ ଆସିଲା ଫିଲ୍ମ’କୋଇ ଜାନେ ନା’ର ରିଲିଜ୍ ଡେଟ୍

ସାମ୍ନାକୁ ଆସିଲା ଫିଲ୍ମ’କୋଇ ଜାନେ ନା’ର ରିଲିଜ୍ ଡେଟ୍

72

ନୂଆଦିଲ୍ଲୀ, ୧୯/୦୩/୨୧ (ଜିଲ୍ଲା ଖବର) : ନିକଟରେ  ଟି-ସିରିଜ୍ ଅଫିସରେ ନଜର ଆସିଥିଲେ ଅଭିନେତା କୁନାଲ କପୁର, Amyra Dastur ଏବଂ ମୌନି ରୟ । ମୁମ୍ବାଇରେ ସେମାନେ ସେମାନଙ୍କର ଆଗାମୀ ଚଳଚିତ୍ର  ‘କୋଇ ଜାନେ ନା’ର ପ୍ରମୋସନ୍ କରିଥିଲେ । କୁନାଲ କପୁର ତାଙ୍କ ଡିଜାଇନର ସୁଟ୍‌ରେ ଏକ୍‌ଦମ୍ ହ୍ୟାଣ୍ଡସମ୍ ଲାଗୁଥିବା ବେଳେ, Amyra Dastur ଏବଂ ମୌନି ରୟଙ୍କର ମଧ୍ୟ  ଲୁକ୍ ମଧ୍ୟ ଏକଦମ୍ ଜବରଦସ୍ତ ରହିଥିଲା । ଏହି ଫିଲ୍ମଟି ହେଉଛି ଆକ୍ଟର, ରାଇଟର ଆମିନ୍ ହାଜିଙ୍କର ଏକ ଡ୍ରିମ୍ ଫିଲ୍ମ । ଏଥିରେ ସେ ସ୍କ୍ରିପ୍ଟ ଲେଖିବା ସହିତ, ଡିରେକ୍ସନ ମଧ୍ୟ ଦେଉଛନ୍ତି ।  ଡିରେକ୍ଟର ଭାବେ ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ । ଏହି ଫିଲ୍ମରେ  କୁନାଲ କପୁର, Amyra Dastur ମୁଖ୍ୟ ଭୂମିକାରେ  ନଜର ଆସିବେ ।  ୨୦୧୮ରେ ଫିଲ୍ମ’ଗୋଲ୍ଡ’ରେ କୁନାଲ କପୁରଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଠିକ୍ ସେମିତି ଫିଲ୍ମ’ମେଡ୍ ଇନ୍ ଚାଇନା’ ରେ Amyra Dasturଙ୍କୁ ଦେଖିବାକୁ ମିଳିଥିଲା । ତେବେ  ଦେଖିବାକୁ ବାକି ରହିଲା, ୨ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଫିଲ୍ମଟି ଦର୍ଶକଙ୍କର କେତେ ହୃଦୟ ଜିତିପାରୁଛି ।